ମୁମ୍ଵାଇ ୧୮।୦୩; ଅଡୁଆରେ ସୋସିଆଲ ମିଡିଆ ଷ୍ଟାର ଅରହାନ ଅବତ୍ରମଣି । ତାଙ୍କ ବିରୋଧରେ ଜାମ୍ମୁ କାଶ୍ମୀର ପୋଲିସ ଏକ ମାମଲା ରୁଜୁ କରିଛି। ଯିଏକି ଓରି ନାମରେ ଖୁବ୍ ଜଣାଶୁଣା। ଏହା ବ୍ୟତୀତ ଆଉ ୭ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସଭିଏଁ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ନିକଟ କଟରା ସ୍ଥିତ ଏକ ହୋଟେଲରେ ମଦ ପିଇଥିଲେ। ଅଭିଯୋଗ ହୋଇଛି କି କଟରା ଏକ ଧାର୍ମିକ ସ୍ଥାନ, ଯେଉଁଠାରେ ମଦ୍ୟପାନ ଏବଂ ଆମୀଷ ଖାଦ୍ୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
An FIR was registered on Monday against social media influencer Orhan Awatramani aka #Orry and seven others in #JammuandKashmir for allegedly consuming alcohol in a hotel located in #Katra, the base camp of the revered Mata Vaishno Devi shrine.#IndiaNewshttps://t.co/xe9Zmg3h3q pic.twitter.com/2vuPmAZZr2
— Deccan Herald (@DeccanHerald) March 17, 2025
ଓରିଙ୍କ ଅଭିଯୁକ୍ତଙ୍କ ନାମରେ ଦର୍ଶନ ସିଂହ, ପାର୍ଥ ରାଇନା, ହ୍ରିତିକ ସିଂ, ରାଶି ଦତ୍ତ, ରାକ୍ଷୀ ଭୋଗଲ ଏବଂ ଶଗୁନ୍ କୋହଲି ଅଛନ୍ତି। ସେମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶକୁ ଉଲ୍ଲଂଘନ କରି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି। ଏବେ ଏହି ଘଟଣାରେ ପୋଲିସର ତଦନ୍ତ ଆରମ୍ଭ କରଛି।
ମଦ୍ୟପାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ
ପୋଲିସ ଏହି ମାମଲାରେ କହିଛି ଯେ ଅଭିଯୁକ୍ତମାନେ କଟରା ସ୍ଥିତ ହୋଟେଲରେ ମଦ୍ୟପାନ କରୁଥିବାବେଳେ ଧରାପଡିଥିଲେ। ସେହି ସ୍ଥାନରେ ମଦ୍ୟପାନ ଏବଂ ଆମିଷ ଖାଦ୍ୟ ଉପରେ କଡା ପ୍ରତିବନ୍ଧକ ରହିଛି। ପୋଲିସ ଅଭିଯୋଗ ପାଇବା ପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧାର୍ମିକ ସ୍ଥାନ ଗୁଡିକର ପବିତ୍ରତାକୁ ଉଲ୍ଲଂଘନ କରୁଥିବା ଯେକୌଣସି କାର୍ଯ୍ୟକଳାପ ବନ୍ଦ କରିବାକୁ କହିଛନ୍ତି। ଏନେଇ ସେ ଆହୁରି କହିଛନ୍ତି ଯେ, କଟରା ଠାରେ ଥିବା ସମସ୍ତ ଧାର୍ମିକ ସ୍ଥାନ ଅତ୍ୟନ୍ତ ସମ୍ମାନଜନକ ସ୍ଥାନ ଏବଂ କୌଣସି ପ୍ରକାରର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ।